ଧରାକୋଟ: ବଳରାମପୁର ଗ୍ରାମରେ ଆୟୋଜିତ ସାମାଜିକ ନାଟକ କୁ ଉଦଘାଟନ କଲେ ସାନଖେମୁଣ୍ଡି ବିଧାୟକ
ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ନିର୍ଵାଚନ ମଣ୍ଡଳୀ ଅନ୍ତର୍ଗତ ଧରାକୋଟ ବ୍ଲକ ବଳରାମପୁର ଗ୍ରାମରେ ଆୟୋଜିତ ସାମାଜିକ ନାଟକ କୁ ଉଦଘାଟନ କଲେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା l ବିଧାୟକ ଗ୍ରାମରେ ପହଞ୍ଚିବା ପରେ ଗ୍ରାମବାସୀ ଙ୍କ ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇ ପାଛୋଟୀ ନିଆଯାଇଥିଲା l ବିଧାୟକ ମଞ୍ଚ ନିକଟରେ ପହଞ୍ଚି ନାଟକ କୁ ଶୁଭ ଉଦଘାଟନ କରିଥିଲେ l ଏହି ଅବସରରେ ପୂର୍ବତନ ଆସିକା ସାଂସଦ ପ୍ରାର୍ଥୀ ଙ୍କ ସମେତ ପଞ୍ଚାୟତ ର ବହୁ ଆଗଧାଡ଼ିର ନେତା ଏବଂ ଅଞ୍ଚଳବାସୀ ଉପସ୍ଥିତ ରହିଥିଲେ l