କୁଚିଣ୍ଡା ବ୍ଳକ ଅନ୍ତର୍ଗତ ଟାଇଁସର ପଞ୍ଚାୟତ ଚକଦରହ ଶିବମନ୍ଦିର ପରିସର ନଦୀ କୂଳରେ, ପାରୁଆଭାଡି ପଞ୍ଚାୟତ ଉଚ୍ଚବିଦ୍ୟାଳୟ ୨୦୦୭ ବ୍ୟାଚ୍ ର ବନ୍ଧୁମିଳନ କାର୍ଯ୍ୟକ୍ରମ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉକ୍ତ ବ୍ୟାଚ୍ ର ଉଭୟ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ଙ୍କ ସମାଗମ ଦେଖିବାକୁ ମିଳିଥିଲା। ଏଥିରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଭକ୍ତରାମ ପଟେଲ, ଅବସରପ୍ରାପ୍ତ ଶିକ୍ଷକ ବିରଞ୍ଚିନାରାୟଣ ଖର୍ସେଲ,ଉଦୟନାଥ ମିଶ୍ର,ପ୍ରମୋଦ କୁମାର ପଟେଲ, ହରିଶଙ୍କର ପାଣିଗ୍ରାହୀ,ଲେଖିକା ପୁଷ୍ପାଞ୍ଜଳି ପଟେଲ,ଇନ୍ଦୁମତି ମିଶ୍ର ପ୍ରମୁଖ ମୁଖ୍ୟ ଭାବେ ଯୋଗଦେଇଥିଲେ।