ମାଲକାନଗିରି: ନିୟନ୍ତ୍ରୀତ ବଜାର କମିଟି ତରଫରୁ ୨ଟି ଧାନ ସଫେଇ ଯନ୍ତ୍ର କିଣା ହୋଇ ୧ବର୍ଷ ଧରି ପଡି ରହିଥିବା ଅଭିଯୋଗକୁ ନେଇ ପ୍ରତିକ୍ରିୟା ରଖିଲେ ଚେୟାରମ୍ୟାନ
ନିୟନ୍ତ୍ରୀତ ବଜାର କମିଟି ତରଫରୁ ୨୭ ଲକ୍ଷ ଟଙ୍କାର ଦୁଇଟି ଆଧୁନିକ ଜ୍ଞାନ କୌଶଳଯୁକ୍ତ ଧାନ ସଫେଇ ଯନ୍ତ୍ର ୨୦୨୪ମସିହାରେ କ୍ରୟ କରାଯାଇଥିବା ବେଳେ ବର୍ତ୍ତମାନ ଏହି ମେସିନ ଗୁଡିକ ଖରା ବର୍ଷାରେ ପଡି ରହିଥିବା ଅଭିଯୋଗ ହୋଇଛି। ଏତେ ଟଙ୍କା ବ୍ୟୟ ପରେ ମଧ୍ୟ ଏହାର ସୁଫଳ ମିଳି ନଥିବା ବିଷୟ ନେଇ ଆମେ ନିୟନ୍ତ୍ରୀତ ବଜାର କମିଟିର ସମ୍ପାଦକ ଦେବୀ ପ୍ରସାଦ ତ୍ରିପାଠୀଙ୍କୁ ଯୋଗାଯୋଗ କରିବାରୁ ସେ ପ୍ରକାଶ କରିଛନ୍ତି ଯେ, ୨୦୨୫ ମସିହାର ବର୍ଷ ଶେଷରେ ସମାଜମଙ୍ଗଳ ବିଭାଗ ମାଧ୍ୟମରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ମାନଙ୍କୁ ଏହି ମେସିନ ଗୁଡିକ ପ୍ରଦାନ କରାଯିବା।