ବ୍ୟାପକ ଗଂଜେଇ ଗଛ ନଷ୍ଟ କଲା ପୋଲିସ ମନମୁଣ୍ଡା ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ବ୍ୟାପକ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି | ଆଜି ମନମୁଣ୍ଡା ପୋଲିସ ଟିମ ମନମୁଣ୍ଡା ଥାନା ଅଧୀନ ବାଦାଙ୍ଗି ଓ ଖରଙ୍ଗାଗାଡୁ ଗ୍ରାମ ନିକଟ ଜଙ୍ଗଲରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୮୩ ଏକର ପରିମିତ ଜାଗାରେ ବେଆଇନ ଭାବରେ ଚାଷ ହୋଇଥିବା ୮୨ ହଜାର ୭୭୦ରୁ ଉର୍ଧ୍ଵ ଗଞ୍ଜେଇ ଗଛକୁ କାଟି ପୋଡି ନଷ୍ଟ କରିଛି | ଏହି ଚଢ଼ାଉରେ ମନମୁଣ୍ଡା ଥାନାର ପୋଲିସ କର୍ମଚାରୀ ସାମିଲ ଥିଲେ |