ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ଦ୍ୱାରସ୍ତ ହେଲେ ଶିକ୍ଷା ଋଣରୂ ବଞ୍ଚିତ ଯୁବତୀ ତେନ୍ତୁଳିଖୁଣ୍ଟି ବ୍ଳକ କାମତା ଗାଁର ଯୁବତୀ ସୁନେମିଆ ନାଗ ଶିକ୍ଷା ଋଣରୁ ବଞ୍ଚିତ ହୋଇଛନ୍ତି । ଏନେଇ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ଭେଟି ଗୁହାରି କରିଛନ୍ତି । ଅନ୍ୟପକ୍ଷରେ ଜିଲ୍ଲାପାଳ ଡ.ମହେଶ୍ଵର ସ୍ବାଇଁ ସଂପୃକ୍ତ ବ୍ୟାଙ୍କକୁ କେଉଁ କାରଣରୁ ଯୁବତୀଙ୍କ ଶିକ୍ଷାଋଣ ଖାରଜ୍ କରାଯାଇଛି ଯୁବତୀଙ୍କୁ ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।