ଅଜଣା ଆଇଚର ଗାଡି ଧକ୍କାରେ ଜଣେ ଯୁବକ ଗୁରୁତର ଆହତ । ଦେବଗଡ ଥାନା ଅନ୍ତର୍ଗତ କଳାମାଟି ଛକ ନିକଟ ୪୯ ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ଦିନ ପ୍ରାୟ ୩ ଟାରେ ଅଜଣା ଗାଡି ଧକ୍କାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଯୁବକ ସୁନ୍ଦରଗଡ ଜିଲ୍ଲା ଦେଓପୋଶି ଗ୍ରାମର ତ୍ରିନାଥ ସିଂ ବୋଲି ଜଣାପଡିଛି । ଏକ କାର ଯୋଗେ ତ୍ରିନାଥ ଅନ୍ୟ ଯୁବକଙ୍କ ସହିତ ଦେବଗଡ ଅଭିମୁଖେ ଆସୁଥିଲେ । କଳାମାଟି ଛକରେ ରାସ୍ତା ପାଶ୍ୱର୍ରେ ଅଟକି ରହିଥିବା ବେଳେ ଦୃତଗତୀରେ ଆସୁଥିବା ଏକ ଅଜଣା ଆଇଚର ଗାଡି ତାଙ୍କୁ ଧକ୍କା ଦେଇ ଫେରାର ହୋଇ ଯାଇଥିଲା ।