ଦେବଗଡ ଥାନା କୁସୁମକଟା ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ ହୋଇଥିବା ନେଇ ଆଜି ଅଭିଯୋଗ ହୋଇଛି । ରାମଚନ୍ଦ୍ର ମୁଣ୍ଡା ସେହି ଗ୍ରାମର ମୋହନ କିସାନଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ଆଜି ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି । ଏନେଇ ଥାନା ଅଧିକାରୀଙ୍କ ଠାରୁ ଆଜି ରାତି ୧୦ ଟାରେ ସୂଚନା ମିଳିଛି । ଅଭିଯୋଗ ଅନୁଯାୟୀ ଗତକାଲି ଦିନ ପ୍ରାୟ ୧ ଟାରେ ରାମଚନ୍ଦ୍ର ଘର ସାମ୍ନାରେ ବସିଥିବା ବେଳେ ମୋହନ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଳଜ କରି ମାଡ ମାରିଥିଲେ । ବିଧା, ଗୋଇଠା ଏବଂ ଲାତ ମାରିବା ସହିତ ଜୀବନରୁ ମାରିଦେବାର ଧମକ ଦେଇଥିଲେ ।