ଦେବଗଡ: ଜିଲ୍ଲା ଓକିଲ ସଙ୍ଘ କାର୍ଯ୍ୟାଳୟରେ ଶୋକସଭା ଏବଂ କଲମ ଛାଡ ଆନ୍ଦୋଳନ
ବ୍ରହ୍ମପୁର ଆଇନଜୀବୀ ପିତବାସ ପଣ୍ଡାଙ୍କୁ ନିର୍ମମ ହତ୍ୟା ପ୍ରତିବାଦରେ ସାରା ରାଜ୍ୟରେ ଆଜି ଓକିଲ ସଙ୍ଘ କଲମ ଛାଡ ଆନ୍ଦୋଳନକୁ ଓହ୍ଲାଇଛି । ଦେବଗଡ ଜିଲ୍ଲା ଓକିଲ ସଙ୍ଘ ଏଥିରେ ସାମିଲ ହୋଇଛି । ସ୍ୱର୍ଗତ ପିତବାସ ପଣ୍ଡାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଓକିଲ ସଙ୍ଘ କାର୍ଯ୍ୟାଳୟରେ ଆଜି ଦିନ ପ୍ରାୟ ୧୧ ଟାରେ ଏକ ଶୋକସଭା କରାଯାଇଛି । ଏଥିସହ ଓକିଲ ସଙ୍ଘ କାର୍ଯ୍ୟାଳୟକୁ ଅନେକ ଅଇନଜୀବୀ ଆସିଥିଲେ ମଧ୍ୟ କେହି କାମ କରୁନାହାନ୍ତି । ଆଜି ଗୋଟିଏ ଦିନ ପାଇଁ ସମସ୍ତେ ପେନ ଡାଉନ ତଥା କଲମ ଛାଡ ଆନ୍ଦୋଳନ କରିଛନ୍ତି । ଫଳରେ କୋର୍ଟ ପରିସର ଖାଁ ଖାଁ ଲାଗୁଛି ।