ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ସ୍ଥିତ ମିନି ଷ୍ଟାଡିୟମରେ ଆଜିଠାରୁ ବଡ଼ଗାଁ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। 10 ଟି ଟିମ୍ ଅଂଶଗ୍ରହଣ କରିଥିବା ଏହି ଟୁର୍ଣ୍ଣାମେଣ୍ଟ ର ଉଦଘାଟନୀ ମ୍ୟାଚ୍ ମହାବୀର କ୍ଲବ ଛାମୁଣ୍ଡା ଓ ଶିଳ୍ପ ତାଲିମ କେନ୍ଦ୍ର ବଡ଼ଗାଁ ମଧ୍ୟରେ ହେଉଛି। 14 ତାରିଖ ଆର ଜେ ଏଲେଭେନ ଓ ରାଜଗାଙ୍ଗପୁର ଏସିସି , 16 ତାରିଖ ଆୟୋଜକ ଓରିଏଣ୍ଟ କ୍ରିକେଟ କ୍ଲବ ଓ ଓଜି ଏକାଦଶ ରାଜଗାଙ୍ଗପୁର, 18 ତାରିଖ ୱାଇସିସିଏ ରାଉରକେଲା ବସନ୍ତି କଲୋନୀ ଓ ସୁନ୍ଦରଗଡ଼ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।