ଟିଟିଲାଗଡ: ଟିଟିଲାଗଡ଼ ପୌରପରିଷଦ ଓ ଉପଖଣ୍ଡ ପ୍ରଶାସନ ପକ୍ଷରୁ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ
ଗାନ୍ଧୀ ଜୟନ୍ତି ଓ ଲାଲ୍ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ଟିଟିଲାଗଡ଼ ପୌର ପରିଷଦ ଓ ଉପଖଣ୍ଡ ପ୍ରଶାସନ ପକ୍ଷରୁ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ର ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନ ଯୋଗ ଦେଇଥିଲେ। ଏହି ଦିବସ ପାଳନ ଅବସରରେ ସକାଳୁ ପ୍ରଥମେ ଟିଟିଲାଗଡ଼ ରେଳ ଷ୍ଟେସନର ପ୍ଲାଟଫର୍ମକୁ ସଫେଇ କରାଯାଇଥିଲା। ଏଥିରେ ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନ, ଉପଜିଲ୍ଲାପାଳ ଶ୍ରୀଯୁକ୍ତ ପଦ୍ମନାଭ ସାମନ୍ତରାୟ ଓ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତି ମମତା ଦେବୀ ଜୈନ ନିଜେ ଝାଡୁ ଧରି ଷ୍ଟେସନ ପରିସରକୁ ଅନ୍ୟ କର୍ମଚାରୀ ମାନଙ୍କ ସହ ମିଶି ସଫା କରିଥିଲେ। ଏହାପରେ ସକାଳ ଦଶ