-କେନ୍ଦେଇପଶି ରାସ୍ତା ରଣା ଟ୍ରେଡ଼ର୍ଶ ନିକଟରେ ଏକ ବୁଲା କୁକୁର କାମୁଡ଼ାରେ ଜଣ 9 ବର୍ଷର ବାଳକ ଗୁରୁତର ଆହତ ହୋଇଛନ୍ତି ।ସୂଚନା ଅନୁସାରେ ପାଟଣା ବଜାରରେ ବ୍ୟବସାୟ କରୁଥିବା କାବୁଲି ବେହେରାଙ୍କ ପୁଅ ପୃଥ୍ୱୀରାଜ ବେହେରା(୯)ଘର ନିକଟରେ ଥିବା ଦୋକାନ ରୁ କିଛି ଜିନିଷ କିଣିବା ପାଇଁ ଯାଇ ଫେରୁଥିବା ବେଳେ ଏକ ବୁଲା କୁକୁର ତାକୁ ହଠାତ ଆକ୍ରମଣ କରିଥିଲା।କୁକୁର ଟି ତା ଗୋଡ଼କୁ କାମୁଡି କ୍ଷତ ବିକ୍ଷତ କରି ଦେଇଥିଲା।