କଟକ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମ ଠାରେ ଆୟୋଜିତ ଦ୍ୱିତୀୟ ରାଜ୍ୟ ସ୍ତରୀୟ ତୋଙ୍ଗ୍-ଇଲ୍-ମୁ-ଡୋ ଚମ୍ପିୟାନଶିପରେ ସଫଳତା ହାସଲ କରିଥିବା ଦେବଗଡ ଜିଲ୍ଲାର ଖେଳାଳୀ ମାନଙ୍କୁ ରବିବାର ସମ୍ବର୍ଦ୍ଧିତ କରାଯାଇଛି । ରବିବାର ଦିନ ପ୍ରାୟ ୧୦ ଟାରେ ଦେବଗଡ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ ଠାରେ ପ୍ରଶିକ୍ଷିକା ତଥା ପଶ୍ଚିମ ଓଡିଶା ଜୋନାଲ ମୂଖ୍ୟ ସୁଜାତା ସାହୁଙ୍କ ତତ୍ୱାବଧାନରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା।