ସୋହେଲା: କୁଳତା ସମାଜ କୁଦୋପାଲି କେନ୍ଦ୍ର ର ବାର୍ଷିକ ସାଧାରଣ ସଭା ଲୁହୁରାଚଟି କଲ୍ୟାଣ ମଣ୍ଡପ ଠାରେ ଆଜି ଅନୁଷ୍ଠିତ ହୋଇଛି
ସୋହେଲା ନିକଟସ୍ଥ ଓଡିଶା ସୀମାନ୍ତ କୁଲତା ସମାଜ କୁଦୋପାଲି କେନ୍ଦ୍ର ର ବାର୍ଷିକ ସାଧାରଣ ସଭା ଲୁହୁରାଚଟି କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଛି l ସଭାପତି ରାଜକୁମାର ଭୋଇ ଙ୍କର ସଭାପତିତ୍ଵ ରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ସମ୍ପାଦକ ପୁରନ୍ଦର ପ୍ରଧାନ କୁଦୋପାଲି ସଂଗଠନ ଆଉ ଉଦେଶ୍ୟ ଜ୍ଞାପନ କରିବା ସହ ସଭା ପରିଚାଳନା କରିଥିଲେ ପ୍ରାରମ୍ଭରେ ପୂଜକ ବୈଲୋଚନ ପ୍ରଧାନ ରଣେଶ୍ୱର ରାମଚଣ୍ଡୀ ଙ୍କର ପୂଜା କରି ଥିବା ବେଳେ ଜୟନ୍ତ ଭୋଇ ଏବଂ କିଶୋର ସାହୁ ସ୍ୱାଗତ ସଂଗୀତ ଗାନ କାରିଥିଲେ l ଆଜି ଏହି ସଭା 10 AM ରୁ 3 PM ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା