କୁଚିଣ୍ଡା ବ୍ଲକ ଅନ୍ତର୍ଗତ କୁଲେଇଗଡ ଗ୍ରାମପଞ୍ଚାୟତ ର ପୁରୁଣାପାଣି ଗ୍ରାମରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ବିଗ୍ରହ ସ୍ଥାନାନ୍ତରଣ ଉତ୍ସବ ଓ ପବିତ୍ର ଯଜ୍ଞ ଗୁରୁବାର ଦିନ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସର ରେ ଆୟୋଜିତ ହୋଇଥିବା ପୂର୍ଣ୍ଣଆହୁତି କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଯୋଗଦେଇ ପ୍ରଭୁଙ୍କ ନିକଟରେ ଆଶୀର୍ବାଦ ଭିକ୍ଷା କରିବା ସହ ଲୋକଙ୍କୁ ଉତ୍ସାହିତ କରିଥିଲେ। ଗ୍ରାମବାସୀଙ୍କ ଶ୍ରଦ୍ଧା ଓ ଭକ୍ତିଭାବରେ ଏହି ଆଧ୍ୟାତ୍ମିକ ପରିବେଶ ଅତ୍ୟନ୍ତ ମନୋରମ ହୋଇଥିବା ନେଇ ମନ୍ତ୍ରୀ ନିଜ ବକ୍ତବ୍ୟ ରେ କହିଥିଲେ।