ଦଶପଲ୍ଲା: ଏନ୍ଏସି ଅନ୍ତର୍ଗତ ନେତାଜୀ ମଇଦାନରେ ଗଣ୍ଡାବଧ ସମ୍ପନ୍ନ
ପ୍ରସିଦ୍ଧ ଦଶପଲ୍ଲା ଲଙ୍କାପୋଡ଼ି ଯାତ୍ରାର ଅନ୍ୟତମ ପ୍ରମୁଖ ଆକର୍ଷଣ 'ଗଣ୍ଡାବଦ୍ଧ' ରବିବାର ଦିନ ସମ୍ପନ୍ନ ହୋଇଛି। ଇତ୍ୟବସରରେ ବାଣ, ବାଜା, ରୋଷଣୀ, ଘୋଡାନାଚ ସହିତ ଏକ ସୁଶୋଭିତ ବିଶାଳ ପଟୁଆର ମହାବୀର ମନ୍ଦିର ଠାରୁ ବାହାରି ଏନ୍ଏସି ଅନ୍ତର୍ଗତ ନେତାଜୀ ମଇଦାନ ଠାରେ ରାତି ୯ ଟା ସମୟରେ ପହଞ୍ଚିଥିଲା। ସେଠାରେ ପାରମ୍ପରିକ ରୀତି, ନୀତି ଅନୁଯାୟୀ ରାମଳୀଳାର ଅଭିଜ୍ଞ କଳାକାର ମାନଂକ ଦ୍ବାରା ଲୀଳାଭୀନୟ ପରିବେଷିତ ହୋଇଥିଲା। ବିଧାୟକ ରମେଶ ଚନ୍ଦ୍ର ବେହେରା, ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, ଏନ୍ଏସି ଅଧ୍ୟକ୍ଷା ପୁନମ ପ୍ରିୟଦର୍ଶିନୀ ପ୍ରମୂଖ ଉପସ୍ଥିତ ଥିଲେ l