ବୀରମିତ୍ରପୁର: ହାତୀବାରି ଥାନା ପରିସରରେ ଥିବା ସଭଗୃହରେ ଓଡ଼ିଶା ପୋଲିସ ତରଫରୁ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।
ହାତୀବାରି ଥାନା ପରିସରରେ ଥିବା ସଭଗୃହରେ ଓଡ଼ିଶା ପୋଲିସ ତରଫରୁ ସାଇବର ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା।ଏଥିରେ ବିଭିନ୍ନ ଗ୍ରାମପଞ୍ଚାୟତର ସରପଞ୍ଚ,ବିଦ୍ୟାଳୟ ଓ କଲେଜର ଛାତ୍ରୀ ତଥା ସ୍ଥାନୀୟ ଅଞ୍ଚଳର ବାସିନ୍ଦାମାନେ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମ ହାତୀବାରି ଥାନା ଆଇ.ଆଇସି ସୁରେନ୍ଦ୍ର କୁମାର ନାୟକଙ୍କ ଉପସ୍ଥିତିରେ ନୂଆଗାଁ ଫାଣ୍ଡି ଅଧିକାରୀ ପ୍ରଫୁଲ୍ଲ କୁମାର ସେଠୀ ପରିଚାଳନା କରିଥିଲେ।