ବେଲପାହାଡ଼ ଥାନା ଅଞ୍ଚଳରୁ ଦୁଇ ନାବାଳିକା ନିଖୋଜ l ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଥାନା ଅଞ୍ଚଳରୁ ଦୁଇ ଜଣ ନାବାଳିକା ନିଖୋଜ ହୋଇଯାଇଥିବା ବେଲପାହାଡ ଥାନାରେ ଅଭିଯୋଗ ହୋଇଛି l ଗତ ଗୁରୁବାର ସକାଳ ପ୍ରାୟ ୧୦ ଟା ମଧ୍ୟରେ ଜଣେ ୧୪ ବର୍ଷୀୟ ଓ ଜଣେ ୧୫ ବର୍ଷୀୟ ଉଭୟ ଦୁଇ ନାବାଳିକା ବିଦ୍ୟାଳୟକୁ ପାଠ ପଢିବା ପାଇଁ ଯାଉଛୁ କହି ସ୍କୁଲ ଡ୍ରେସ୍ ପିନ୍ଧି ବହି ବସ୍ତାନ୍ତି ଧରି ଘରୁ ବାହାରିଥିଲେ। ହେଲେ ବିଦ୍ୟାଳୟ ଛୁଟି ହେବା ପରେ ମଧ୍ୟ ସେମାନେ ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ବିଚଳିତ ହୋଇ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିବା ବେଳେ ସେମାନଙ୍କ କୌଣସି ସନ୍ଧାନ ମିଳିପାରିନଥିଲା।