କୋରାପୁଟ ସହର: କୋରାପୁଟ ହୀରାଖଣ୍ଡ ଏକ୍ସପ୍ରେସ ରେ ଗଞେଇ ଚୋରା ଚାଲାଣ କରୁଥିବା ବେଳେ ମାଡି ବସିଲା ଜିଆରଫି.. ପୁଲିସ ଜଣେ ଗିରଫ
ହିରାଖଣ୍ଡ ଏକ୍ସପ୍ରେସ୍ରେ ୯ କିଲୋ ଗଂଜେଇ ଜବତ, ଯୁବକ ଗିରଫ ଆଜି ଦିନ ଏଗାର ଟା ସମୟରେ ଜୟପୁରରୁ ଭୁବନେଶ୍ୱର ଯାଉଥିବା ହିରାଖଣ୍ଡ ଏକ୍ସପ୍ରେସ୍ ଟ୍ରେନ୍ରେ ରେଳ ପୋଲିସ୍ (GRP) ଦଳ ଦ୍ୱାରା ଚାଲିଥିବା ତଲାଶି ଅଭିଯାନରେ ୯ କିଲୋଗ୍ରାମ୍ ଗଂଜେଇ ଜବତ ହୋଇଛି। ଏହା ସହିତ ଏକ ଯୁବକଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ପରିଚୟ ଯାଜପୁର ଜିଲ୍ଲାର ବିନୋଦ କୁମାର ସାମଲ ବୋଲି ଜଣାପଡିଛି। ସୂଚନା ଆଧାରରେ GRP ଦଳ ହିରାଖଣ୍ଡ ଏକ୍ସପ୍ରେସ୍ରେ ତଲାଶି ଅଭିଯାନ ଚାଲାଇ ଅଭିଯୁକ୍ତଙ୍କ ଠାରୁ ଗଂଜେଇ ଜବତ କରିଥିଲେ। ଏହା ସମ୍ପର୍କରେ ଗଂଜେଇ ଚୋରାଚାଲାଣ ମାମଲା ରେ ତଦନ୍ତ