ଚାଷୀ ସମସ୍ୟା, ପ୍ରଦୂଷଣ ନାଁରେ ସାଧାରଣ ଲୋକଙ୍କୁ ହଇରାଣ, ଟାଟା ପାୱାରର ଶୋଷଣ ନୀତି ଓ ବାର୍ଦ୍ଧକ୍ୟ ଭତ୍ତା ପ୍ରାପ୍ୟ ବୃଦ୍ଧି ଦାବି ନେଇ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବୁଧବାର ଦିନ ସାରା ରାଜ୍ୟରେ ବନ୍ଦ ଡାକରା ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲା ବାମରା ବ୍ଲକର କୃଷି ବହୁଳ କେଶାଇବାହାଲ ଠାରେ ବନ୍ଦ ସଫଳ ରହିଥିଲା। ବାମରା, କୁଚିଣ୍ଡା ଓ ଜମନକିରା ଠାରେ ଦୋକାନ ବଜାର ଓ ରାସ୍ତା ଖୋଲା ଥିଲେ ମଧ୍ୟ ବସ୍ ଚଳାଚଳ ବନ୍ଦ ରହିଥିବା ରୁ ବନ୍ଦ ର ଆନ୍ଶିକ୍ ପ୍ରଭାବ ଦେଖାଯାଇଥିଲା। ସନ୍ଧ୍ୟା ୬ ଟାରେ ପରିସ୍ଥିତି ସାମାନ୍ୟ ହୋଇଥିଲା।