ଅନୁଗୋଳ: କୁମୁରିସିଂହାରେ ବାଘ ଆତଙ୍କ
Anugul, Angul | Oct 9, 2025 ଅନୁଗୋଳ ଜିଲା ବନ୍ତଳା ଫରେଷ୍ଟ ରେଞ୍ଜ ଅଧୀନ କୁମୁରିସିଂହା ଗ୍ରାମରେ ବାଘ ଆତଙ୍କ ସୃଷ୍ଟି ହୋଇଛି।ଗୁରୁବାର ସନ୍ଧ୍ୟାରେ ଗ୍ରାମର କିଛି ବ୍ୟକ୍ତି ବାଘ ଦେଖିଥିଲେ। ଖବର ପ୍ରଚାରିତ ହେବା ପରେ ଗ୍ରାମ ସମେତ ଆଖପାଖ ଗ୍ରାମର ବହୁ ସଂଖ୍ୟକ ଲୋକେ ସମ୍ପୃକ୍ତ ଗ୍ରାମ ନିକଟରେ ପହଞ୍ଚି ବାଘ ପାଦ ଚିହ୍ନ ଦେଖିଥିଲେ। ଗ୍ରାମବାସୀଙ୍କ ପକ୍ଷରୁ ବନ୍ତଳା ବନ ବିଭାଗ କାର୍ଯ୍ୟାଳୟକୁ ସୂଚନା ଦିଆଯିବା ପରେ ରେଞ୍ଜର ପ୍ରସନ୍ନ ସାହୁ ଓ ବନ କର୍ମଚାରୀ ପହଞ୍ଚି ବାଘ ପାଦ ଚିହ୍ନ ପଡ଼ିଥିବା କୁହାଯାଉଥିବା ସ୍ଥାନକୁ ଯାଇଥିଲେ। ବାଘ କିମ୍ବା ଅନ୍ୟ କୌଣସି ଜନ୍ତୁର ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡ଼ି ନାହିଁ।