ରିଆମାଳ ବନାଂଚଳ ରେଙ୍ଗାଲବେଡା ସେକ୍ସନ ଅନ୍ତର୍ଗତ ବୁଢିକୁଟୁଣୀ ଗ୍ରାମ ନିକଟରେ ୧୮ ଟିକିଆ ହାତୀପଲ ଆଜି ଉପଦ୍ରବ କରୁଥିବା ଜଣାପଡିଛି । ଆଜି ରାତି ୧୦ ଟାରେ ବନବିଭାଗ ଠାରୁ ମିଳିଥିବା ସୂଚନା ଅନୁଯାୟୀ ହାତୀ ପଲରେ ଗୋଟିଏ ଦନ୍ତା ହାତୀ, ୮ ଟି ମାଈହାତୀ ଏବଂ ୯ ଟି ହାତୀ ଶାବକ ରହିଥିବା ଜଣାପଡିଛି । ହାତୀ ଉପଦ୍ରବ ଯୋଗୁଁ ଉକ୍ତ ଅଂଚଳରେ ଧାନ ଫସଲ କ୍ଷୟକ୍ଷତି ହେଉଥିବା ଜଣାପଡିଛି । ହାତୀ ଉପଦ୍ରବ ଯୋଗୁଁ ସ୍ଥାନୀୟ ଚାଷୀ ଏବଂ ଜନସାଧାରଣ ଭୟଭୀତ ଅଛନ୍ତି ।