ସମ୍ବଲପୁର ମ୍ୟୁନିସିପାଲଟି: ଲକ୍ଷ୍ମୀଡୁଙ୍ଗୁରୀ ଜାତୀୟ ରାଜପଥ ନିକଟରେ କାର ଦୁର୍ଘଟଣାଗ୍ରସ୍ତ, ଜଣେ ଆହତ
ଆଜି କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀଡୁଙ୍ଗୁରୀ ଜାତୀୟ ରାଜପଥ ଉପରେ ଏକ କାର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ କାରରେ ଥିବା ଜଣେ ବ୍ୟକ୍ତି ଆହତ ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲ ଠାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏନେଇ କ୍ଷେତରାଜପୁର ପୋଲିସ ପକ୍ଷରୁ ସୁଚନା ଦିଆଯାଇଛି। ମିଳିଥିବା ସୁଚନା ଅନୁସାରେ ବୁର୍ଲା ପଟରୁ ସମ୍ବଲପୁର ପଟରୁ ଏକ କାର ଆସୁଥିବା ବେଳେ ଲକ୍ଷ୍ମୀଡୁଙ୍ଗୁରୀ ଜାତୀୟ ରାଜପଥ ଉପରେ ଭାରସାମ୍ୟ ହରାଇ ଡିଭାଇଡର ଠାରେ ପିଟି ହେବାରୁ ଦୁର୍ଘଟଣା ଘଟିଥିଲା।