କେନ୍ଦୁଝର ସହର: କାରାକୋଲ୍ଲା ନିକଟରେ ହାଇୱା ଧକ୍କାରେ ବାଇକ୍ ଚୁରମାର, ଚାଳକ ଗୁରୁତର
କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ କାରାକୋଲ୍ଲା ନିକଟରେ ଆଜି ଏକ ହାଇୱା ବାଇକ ଉପରେ ଚଢି ଯିବାରୁ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ବାଇକ ଭାଙ୍ଗିରୁଜି ଯାଇଥିବା ବେଳେ ଏହାର ଚାଳକ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ମେଡିକାଲ ପଠାଇଥିବା ବେଳେ ଲୋକେ ହାଇୱାକୁ ଅଟକ ରଖିଥିଲେ। ଫଳରେ ଘଟଣାସ୍ଥଳରେ ସାମାନ୍ୟ ଉତ୍ତେଜନା ଦେଖା ଯାଇଥିଲା।