ଦେବଗଡ ପୁରୁଣା ଡାକ୍ତରଖାନାରେ ୨୪ ଘଂଟିଆ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଦାବିରେ ଆଜି ୧୨ ଘଂଟିଆ ବନ୍ଦ ପାଳନ କରାଯାଇଥିଲା । ଜିଲ୍ଲା ମହିଳା ଏକତା ମଂଚର ଆହ୍ୱାନରେ ଅନୁଷ୍ଠିତ ବନ୍ଦ ପାଳନକୁ ଦେବଗଡ ବିଦାୟକ ରୋମାଂଚ ରଞ୍ଜନ ବିଶ୍ୱାଳ ସମର୍ଥନ ଜଣାଇ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଏହି ଅବସରରେ ଆଜି ଦିନ ପ୍ରାୟ ୨ ଟାରେ ଗଣମାଧ୍ୟମକୁ ସେ ନିଜର ପ୍ରତିକ୍ରିୟା ଦେଇ ତୁରନ୍ତ ପୁରୁଣା ଡାକ୍ତରଖାନାରେ ୨୪ ଘଂଟିଆ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଦାବି କରିଛନ୍ତି ।