କୋରେଇ: ପାଣିକୋଇଲି ଛକକୁ ବିଧାୟକ ଓ ଜିଲ୍ଲାପାଳଙ୍କ ଗସ୍ତ,ଟ୍ରାଫିକ ଓ ରାସ୍ତାର କଲେ ସମୀକ୍ଷା
Korai, Jajpur | Oct 23, 2025 ପାଣିକୋଇଲି ଛକକୁ ବିଧାୟକ ଓ ଜିଲ୍ଲାପାଳଙ୍କ ଗସ୍ତ,ଟ୍ରାଫିକ ଓ ରାସ୍ତାର କଲେ ସମୀକ୍ଷା l ଗତ କିଛିଦିନ ହେବ ପାଣିକୋଇଲି ଛକରେ ଟ୍ରାଫିକ ଓ ରାସ୍ତା ସମସ୍ୟା ଯୋଗୁ ଅନେକ ଦୁର୍ଘଟଣା ହେଉଥୁବା ଗଣମାଧ୍ୟମରେ ପ୍ରକାଶ ପାଉଥିଲା l ଏଥିସହିତ ଏହି ସମସ୍ୟା ଦୂର କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରୁଥିଲେ l ଏହାକୁ ଦୃଷ୍ଟିରେ ରଖି ଆଜି ବିଧାୟକ ଆକାଶ ଦାସନାୟକ ଓ ଜିଲ୍ଲାପାଳ ଅମ୍ବର କୁମାର କର ପାଣିକୋଇଲି ଛକରେ ପହଂଚି ଏହି ସମସ୍ୟାର ଅନୁଧ୍ୟାନ କରିଥିଲେ l ଏଥିସହିତ ସମସ୍ୟା ଦୂର କରିବା ପାଇଁ ବିଭାଗ୍ୟ ଅଧିକାରୀ ଙ୍କ ସହିତ ଆଲୋଚନା କରିଥିଲେ l