ସମ୍ବଲପୁର ମ୍ୟୁନିସିପାଲଟି: ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ୧୫ତମ ପ୍ରତିଷ୍ଠା ଦିବସରେ ଜିଲ୍ଲା କୁ ମିଳିଲା ପ୍ରଥମ ପୁରସ୍କାର, ସୂଚନା
ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ୧୫ତମ ପ୍ରତିଷ୍ଠା ଦିବସ ଶନିବାର ରାଜଧାନୀ ଭୁବନେଶ୍ୱର ସ୍ଥିତ ଲୋକ ସେବା ଭବନର କନଭେନସନ ହଲ ଠାରେ ଆୟୋଜିତ ହୋଇଯାଇଛି । ଶିଶୁ ସୁରକ୍ଷା ଉପରେ ସଫଳତାର ସହିତ କାର୍ଯ୍ୟ କରୁଥିବା ଆଇନ ସେବା ପ୍ରାଧିକରଣ ଓ ଅଧିକାରୀ ମାନଙ୍କୁ ଏହି ଅବସରରେ ପୁରସ୍କୁତ କରାଯାଇଛି । ଏହି କ୍ରମରେ ଶିଶୁ ସୁରକ୍ଷା ଉପରେ ନିରନ୍ତର ଓ ଉଲ୍ଲେଖନୀୟ କାର୍ଯ୍ୟ ଦକ୍ଷତା ପାଇଁ ସମ୍ବଲପୁର ଜିଲା ଆଇନ ସେବା ପ୍ରାଧିକରଣକୁ ରାଜ୍ୟର ପ୍ରଥମ ପୁରସ୍କାରପ୍ରାପ୍ତ ହୋଇଛି । ଏହି ପୁରସ୍କାର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଙ୍କ ଉପସ୍ଥିତିରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ