କୋଟପାଡ: ଖଦଡ଼ ବ୍ୟବହାର କୁ ନେଇ ବୈପାରୀଗୁଡା ଠାରେ ଏକ ପଦଯାତ୍ରା ଅନୁଷ୍ଠିତ l
Kotpad, Koraput | Oct 17, 2025 ଖଦଡ଼ ବ୍ୟବହାର କୁ ନେଇ ବୈପାରୀଗୁଡା ଠାରେ ଏକ ପଦଯାତ୍ରା ଅନୁଷ୍ଠିତ l ବୈପାରୀଗୁଡା ଖଦିଭଣ୍ଡାର ପକ୍ଷରୁ ଶୁକ୍ରବାର ଅପରାହ୍ନ ୨ ଟା ସମୟରେ ପାଳିତ ହେଲା ଖଦଡ଼ ମହଉତ୍ସବ l ଶହୀଦ ଲଷ୍ମଣ ନାୟକ ଯୁକ୍ତ ୨ କଲେଜ ଛାତ୍ର ଛାତ୍ରୀ ଙ୍କୁ ନେଇ କଲେଜ ଠାରୁ ବିରୋଖମ୍ବ ପୋଲ ପର୍ଯ୍ୟନ୍ତ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ କଲେଜରେ ଆୟୋଜିତ ଏକ ସଭାରେ ଖଦି ଭଣ୍ଡାର କର୍ମକର୍ତା ମୁରଲୀ ବୋରଡ଼ କହିଛନ୍ତି ଯେ,ସମସ୍ତେ ନିଜ ନିଜ ଇଚ୍ଛାରେ ପିଦ୍ଧିବା, ଖାଇବା, ର ସ୍ବତନ୍ତ୍ର ଅଧିକାର ରହିଛି କିନ୍ତୁ ଖଦଡ଼ ଏକ ବିଚାରଧାରା ର ପ୍ରତୀକ ଅଟେ l ଏଣୁ ତାକୁ ବ୍ୟବହାର ପାଇଁ ବିଝାଯାଇଛି l