ଭୋଗରାଇ: ସଦ୍ଧାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜନ୍ମ ବାର୍ଷିକ ଉପଲକ୍ଷେ ତାଳସାରି ପୋଲିସ ପକ୍ଷରୁ ସେହି ଠାରେ ଗଣଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ
ଭାରତର ଲୌହମାନବ ସଦ୍ଧାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜନ୍ମ ବାର୍ଷିକ ଉପଲକ୍ଷେ ଗଣଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ । ଭୋଗରାଇ ତାଳସାରି ସାମୁଦ୍ରିକ ପୋଲିସ ପକ୍ଷରୁ ତାଳସାରି ଠାରୁ ଉଦୟପୁର ବେଳାଭୂମି ପର୍ଯ୍ୟନ୍ତ ୨ କିଲୋମିଟର ଗଣ ଦୌଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯୋଉଥିରେ କି ତାଳସାରି ସାମୁଦ୍ରିକ ଥାନା ଅଧିକାରୀଣୀ ଚମ୍ପାବତୀ ସରେନ ଯୋଗ ଦେଇ ସତ୍ୟ ନିଷ୍ଠାର ସହିତ ଏକତା ଅଖଣ୍ଡତା ଏବଂ ସୁରକ୍ଷାକୁ ବଜାଇ ରଖିବା ପାଇଁ ଏହି ଗଣ ଦୌଡ଼ରେ ସାମିଲ ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଶତାଧିକ ଯୁବକ ମାନଙ୍କୁ ଶପଥ କରାଇଥିଲେ ।