ଜୟପାଟଣା ବ୍ଲକ କର୍ମେଲି ଗାଁ ର ଜନୈକ ବ୍ୟକ୍ତି ଗାଁ ର ସରକାରୀ ରାସ୍ତାକୁ ଜବର ଦଖଲ କରି ଦୋକାନ ଘର ନିର୍ମାଣ କରିଥିଲେ। ରାସ୍ତା ଜବର ଦଖଲ ହେଇଥିବା କାରଣରୁ ଅନେକ ସମୟରେ ଲୋକେ ଅସୁବିଧାର ସମ୍ମୁଖିନ ହେଉଥିବା ନେଇ ପ୍ରଶାସନକୁ ଜଣାଇଥିଲେ। ମଙ୍ଗଳବାର ଜୟପାଟଣା ତହସିଲଦାର, ପୁଲିସ ଥାନା ଅଧିକାରୀ ରାସ୍ତା ନିର୍ମାଣ ଦାୟିତ୍ୱରେ ଥିବା ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ପୁଲିସ ସହଯୋଗରେ ଦୋକାନ ଭାଙ୍ଗି ଜବର ଦଖଲ ଉଚ୍ଛେଦ କରାଯାଇଛି।