ବାମରା ବ୍ଲକ ଜରାବଗା ପଞ୍ଚାୟତ ଅନ୍ତର୍ଗତ ବେତଝରନ୍ ଠାରେ ନୂତନ ପଞ୍ଚାୟତ ଗଠନ ଦାବି ଦେଇ ଶୁକ୍ରବାର ଦିନ କର୍ଲିଆଡିହି ଠାରେ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ରେ ବେତଝରନ, କର୍ଲିଆଡିହି, ଶର୍ଗିଡିହି, କନ୍ଧକୁଲେଇ, ଦୁମକୁ, କିନାବଗା ଓ ଲପଡ଼ା ଗ୍ରାମର ଶତାଧିକ ଗ୍ରାମବାସୀ ଏକତ୍ରିତ ହୋଇଥିଲେ। ଉକ୍ତ ସଭାରେ ଲୋକମୁକ୍ତି ସଙ୍ଗଠନର ଉପଦେଷ୍ଟା ଅନନ୍ତ ଓ ସନ୍ଯୋଜକ ଜିନିତ ସାମାଦ ଯୋଗଦେଇ ପେସା ଆଇନ୍, ଜଙ୍ଗଲ ଅଧିକାର ଆଇନ୍, ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ୍ ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ।