କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଆଠଗାଁ ଛକ ଠାରେ ଥିବା ଆଶ୍ରମ ପରିଦର୍ଶନ କଲେ ମନ୍ତ୍ରୀ ରବି ନାଏକ। ବିଶ୍ୱ ହିନ୍ଦୁ ପରିଷଦର କେନ୍ଦ୍ରୀୟ ମାର୍ଗଦର୍ଶକ ସଦସ୍ୟ ପୂଜ୍ୟପାଦ ଶ୍ରୀ ଜୀବନ ମୁକ୍ତାନନ୍ଦ ପୁରିଜୀ ମହାରାଜଙ୍କ ଆଠଗାଁ ଛକ ଠାରେ ଥିବା ଆଶ୍ରମ କୁ ରବିବାର ଦିନ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ପରିଦର୍ଶନ କରିବା ସହ ମହାରାଜଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ଆଶ୍ରମର ଶାନ୍ତିପୂର୍ଣ୍ଣ ପରିବେଶରେ ମହାରାଜଙ୍କ ସହ ଆଧ୍ୟାତ୍ମିକ ଆଲୋଚନା କରିବା ସହ ସେଠାରେ ଉପସ୍ଥିତ ଶିଷ୍ୟ ଓ ଭକ୍ତମାନଙ୍କ ସହ ସମୟ ଅତିବାହିତ କରିଥିଲେ।