ଭୋଗରାଇ: ଚନ୍ଦନେଶ୍ଵରରେ ବିଜେପି ପକ୍ଷରୁ ବିଶାଳ ରକ୍ତଦାନ ଶିବିର ୨୯୦ ୟୁନିଟ ସଂଗୃହୀତ
ଚନ୍ଦନେଶ୍ଵରରେ ବିଜେପି ପକ୍ଷରୁ ବିଶାଳ ରକ୍ତଦାନ ଶିବିର ୨୯୦ ୟୁନିଟ ସଂଗୃହୀତ । ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜୟନ୍ତୀ ଉପଲକ୍ଷେ ସେବା ପକ୍ଷ ଅବସରରେ ଆୟୋଜିତ ବାଲେଶ୍ଵର ଜିଲା ଭୋଗରାଇ ବ୍ଲକର ଚନ୍ଦନେଶ୍ଵର ଠାରେ ଏକ ବିଶାଳ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ରବିବାର ଆୟୋଜିତ ହୋଇ ଯାଇଛି । ଭାରତୀୟ ଜନତା ପାର୍ଟି ୩୪ ଓ ୩୫ନଂ ଜୋନ ପକ୍ଷରୁ ଆୟୋଜିତ ଏହି ଶିବିରରୁ ୨୯୦ ୟୁନିଟ ରକ୍ତ ସଂଗୃହୀତ ହୋଇ ଯାଇଛି । ରକ୍ତଦାନ କ୍ଷେତ୍ରରେ ଏହା ଭୋଗରାଇର ଦ୍ଵିତୀୟ ସର୍ବ ବୃହତ ଭାବେ ରେକର୍ଡ କରିଥିବା ଜଣା ପଡିଛି ।