କେଶାଇବାହାଲ୍ ସାହାସପୂର୍ ମୁଖ୍ୟ ରାସ୍ତା ସ୍ଥିତ ବାର୍ହାମୂଷା ଜଙ୍ଗଲରେ ଏକ ଗଛକୁ ଧକ୍କା ଦେଇ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇ ଥିବା ବେଳେ ଏଥିରେ ବାଇକ୍ ଚାଳକ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି। ଅନ୍ୟ ପଟେ ବାଇକରେ ବସିଥିବା ତାଙ୍କ ଭାଉଜ ଆହତ ହୋଇଛନ୍ତି। ସୁଚନା ଅନୁସାରେ ଝାରସୁଗୁଡ଼ା ଜିଲ୍ଲା ଲୋଇକେରା ଥାନା ଅନ୍ତର୍ଗତ ସାହାସପୁର ଗ୍ରାମର ଚିତ୍ତରଞ୍ଜନ ନାଏକ ନିଜ ଭାଉଜ ଲତିକା ନାଏକଙ୍କୁ ଶନିବାର ବିଳମ୍ବିତ ରାତିରେ ଏକ ବାଇକ୍ ରେ ନେଇ କେଶାଇବାହାଲ ରୁ ନିଜ ଘରକୁ ଫେରୁଥିବା ବେଳେ ବାର୍ହାମୂଷା ଜଙ୍ଗଲ ମୁଖ୍ୟ ରାସ୍ତା ରେ ଏକ ଗଛ କୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ।