ମଙ୍ଗଳବାର ଦିନ ବୌଦ୍ଧ ଜିଲ୍ଲା ଷ୍ଟାଡିଅମ ଠାରେ ସହରାଞ୍ଚଳ କ୍ଲଷ୍ଟରସ୍ତରୀୟ ବିଦ୍ୟାଳୟ ସମୁହର ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ ହୋଇ ଯାଇଛି | ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କମଳା କାନ୍ତ ଦଳବେହେରା ଓ ଜୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଶ୍ରୀ ଗାୟତ୍ରୀ ସାହୁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ | ବୌଦ୍ଧ ସହରର ବିଭିନ୍ନ ବିଦ୍ୟାଳୟରୁ ଅଂଶ ଗ୍ରହଣ କରିଥିବା ଛାତ୍ର ଛାତ୍ରୀଙ୍କ ଦ୍ବାରା ମାର୍ଚ୍ଚ ଫାଷ୍ଟ ଅନୁଷ୍ଠିତ ହୋଇଥିଲା |