ବଡ଼ମାଳ ପଞ୍ଚାୟତ ଅନ୍ତର୍ଗତ ପାଲୋଖମନ ଗ୍ରାମର ଶ୍ରୀକର ମାଝୀ ନିଜ ସ୍ତ୍ରୀ ମମତା ମାଝିଙ୍କ ଅନ୍ୟଙ୍କ ସହ ଅନୈତିକ ସମ୍ପର୍କ ନେଇ ସନ୍ଦେହ କରି ଆସୁଥିଲେ। ଗତ ମଙ୍ଗଳବାର ରାତିରେ ମମତା, ଘର ଭିତରେ ମୋବାଇଲ ଫୋନ ରେ କଥାବାର୍ତ୍ତା ହେଉଉଥିଲେ। ଏହାକୁ ନେଇ ତାଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ବେଳେ ଶ୍ରୀକର୍ ଘର ଭିତରକୁ ପଶି ଚୂଲି ପାଖରେ ଥିବା ଏକ ନିଆଁ ଫୁଙ୍କା ଲୁହା ନଳାରୁ ତାଙ୍କୁ ଆକ୍ରମଣ କରିଥିଲେ। ହତ୍ୟା ଅଭିଯୁକ୍ତ ଶ୍ରୀକର କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।