ଖରିଆର: ସାନମହେଶ୍ବର ପଞ୍ଚାୟତରେ ଅଭିଯୋଗ ଶୁଣାଣି ଶିବିର ତଥା ଗାଁରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଖଡ଼ିଆଳ ବ୍ଲକ ଅନ୍ତର୍ଗତ ସାନମହେଶ୍ବର ପଞ୍ଚାୟତ ଠାରେ ଅଭିଯୋଗ ଶୁଣାଣି ଶିବିର ତଥା ଗାଁରେ ପ୍ରଶାସନ କାର୍ଯ୍ୟକ୍ରମ ଆଜି ୧ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏବିଡ଼ିଓ ଖିତିସୂତା ବାଗ, ଜିପିଇଓ ଯଦୁମଣି ନାଏକ, ଯୋଗାଣ ଅଧିକାରୀ ପୂର୍ଣ୍ଣାସା ଭୋଇ, ବ୍ଲକ ସମ୍ପ୍ରସାରଣ ଅଧିକାରୀ କୁମର ମାଝୀ, ସରପଞ୍ଚ ଆଲ୍ଲା ଦିନୀ ବେହେରା ପ୍ରମୁଖ ଯୋଗଦେଇ ୨୦ ରୁ ଅଧିକ ଅଭିଯୋଗ ସବୁର ଶୁଣାଣି କରିଥିଲେ। ଏଥିରେ ପଞ୍ଚାୟତର ନିର୍ବାଚିତ ଜନ ପ୍ରତିନିଧି, ପୁରୁଷ ମହିଳା, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।