ସମ୍ୱଲପୁରର ଉପକଣ୍ଠସ୍ଥ ତୁମ୍ବେସିଂହା ବ୍ରିଜ ଉପରେ ଏକ ଅଜଣା ଦ୍ରୁତଗାମୀ ଗାଡିର ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତୁ୍ୟ ହୋଇଛି । ମଙ୍ଗଳବାର ମଧ୍ୟାହ୍ନ ସମୟରେ ତୁମ୍ବେସିଂହା ବ୍ରିଜ ଉପରେ ମାନେଶ୍ୱର ପଟକୁ ନକ୍ସାପାଲି ନିବାସୀ ବନମାଳୀ ସିଂ ଯାଉଥିବା ବେଳେ ସମ୍ମୁଖରୁ ଏକ ଅଜଣା ଦ୍ରୁତଗାମୀ ଗାଡି ତାଙ୍କୁ ଧକ୍କା ଦେଇ ଫେରାର ମାରିଥିଲା । ଫଳରେ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ମୃତୁ୍ୟ ହୋଇଥିବା ବେଳେ ଏ ନେଇ ଖବର ପାଇ ସଦର ପୁଲିସ ଘଟଣାସ୍ଥଳକୁ ପହୁଞ୍ଚô ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏ ନେଇ ଏକ ମାମଲା ରୁଜୁ କରି ଦୁର୍ଘଟଣା ଘଟାଇଥିବା ଗାଡିକୁ ଠାବ କରିବାକୁ ଉଦ୍ୟମ କରୁଛି