କବିସୂର୍ଯ୍ୟନଗର: କବିସୂର୍ଯ୍ୟନଗର ପଞ୍ଚାୟତ ସମିତି କାର୍ଯ୍ୟଳୟ ପରିସରରେ ମୁଖ୍ୟମନ୍ତ୍ରୀ ଙ୍କ ଆଭାସ ମାଧ୍ୟମରେ ନୂତନ ହିତାଧିକାରୀ ଙ୍କୁ ପ୍ରଥମ କିସ୍ତି ପ୍ରଦାନ
ଆଜି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଆଭାସୀ ମାଧ୍ୟମରେ 471 ଗୋଟି ନୂତନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ସହିତ 48693 ଜଣ ନୂତନ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଯୋଜନାରେ ଗୃହ ନିର୍ମାଣ ନିମନ୍ତେ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ କବିସୂର୍ଯ୍ୟନଗର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବିଭିନ୍ନ ପଞ୍ଚାୟତ ଅଧିକାରୀ ଓ ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ।