ସମ୍ୱଲପୁର ସ୍ଥିତ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନଂ- ୧ ସମ୍ୱଲପୁର ଠାରେ ଶନିବାର ଦିନ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ, ଭୁବନେଶ୍ୱର ସମ୍ଭାଗର ସଂଙ୍କୁଳ ସ୍ତରୀୟ ମିନି କ୍ରୀଡା ଉତ୍ସବ ଅନ୍ତର୍ଗତ ଏକ ଦିନିଆ କ୍ରୀଡା ଉତ୍ସବ ର ଆୟୋଜନ ହୋଇ ଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରାଚାର୍ୟ, ରଣରଞ୍ଜୟ ସିଂହ ସଭାପତିତ୍ୱ କରିଥିଲେ । ଏହି ଅବସରରେ ଭୁନେଶ୍ୱର ସମ୍ଭାଗର ୬ ଟି କେନ୍ଦ୍ରୀୟ ବିଦ୍ୟାଳୟରୁ ୧୯୨ ଜଣ କ୍ରୀଡା ପ୍ରତିଭା ସହିତ ୨୪ ଜଣ ଅନୁରକ୍ଷଣ ଶିକ୍ଷକ ଅଂଶଗ୍ରହଣ କରିଥିଲେ । ଏହି କାର୍ଯକ୍ରମରେ ୮୦ ମିଟର ଦୌଡ, ବସ୍ତା ଦୌଡ, ଲମ୍ୱ ଡିଆଁ, ବାଟି ଚାମଚ୍ ଦୌଡ, ଟେନିସ ବଲ ଫିଙ୍କା, ଖୋ -