ବନ୍ଧମୁଣ୍ଡାର ଡିଜେଲ କଲୋନୀରେ ତିନି ଦିନ ହେଲା ଆତଙ୍କ ଖେଳାଇଛି ବୁଲା ଷଣ୍ଢ। ମହାନଗରର ଉଦ୍ୟମ ବିଫଳ। ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖା ଦେଇଛି। ମଂଗଳବାର ମଧ୍ୟାହ୍ନରେ ରାଉରକେଲା ମହାନଗର ନିଗମ କର୍ମଚାରୀ ଡିଜେଲ କଲୋନୀ ଅଞ୍ଚଳରେ ଷଣ୍ଢ ଧରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସମସ୍ତ ଉଦ୍ୟମ ସତ୍ତ୍ୱେ ନିଗମ ବିଫଳ ହୋଇଛି।