କେନ୍ଦୁଝର ଜିଲ୍ଲା ଚମ୍ପୁଆ ସୀମାନ୍ତ ଜଗନ୍ନାଥପୁର ଥାନା ଅନ୍ତର୍ଗତ ମାଣିକପୁର ନିକଟରେ କଲେଜ ବସକୁ ଧକ୍କା ଦେଲା ହାଇଓ୍ବା l ୨ଟି ଗାଡିର ଡ୍ରାଇଭରଙ୍କ ସହିତ ୫ଜଣ ଛାତ୍ର ଛାତ୍ରୀ ଆହତ l ନୂଆମୁଣ୍ଡି ଇଣ୍ଟର କଲେଜ ବସଟି ଆଜି ସକାଳୁ କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ଜୟନ୍ତୀଗଡରୁ କଲେଜ ଯାଉଥିବା ବେଳେ ମାଣିକପୁର ନିକଟରେ ବିପରୀତ ଦିଗରୁ ଆସୁଥିବା ହାଇଓ୍ବା ସାମ୍ନାରୁ ବସକୁ ଧକ୍କା ଦେଇଥିଲା । ଫଳରେ ୨ଜଣ ଡ୍ରାଇଭରଙ୍କ ସହିତ ୫ଜଣ ଛାତ୍ର ଛାତ୍ରୀ ଆହତ ହେଇଥିଲେ l ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।