ଦେବଗଡ ଥାନା ପୋଲିସ ପକ୍ଷରୁ ସହର ଭିତରେ ବୁଲି ବୁଲି ସାଇବର ଅପରାଧ ରୋକିବା ପାଇଁ ସଚେତନ କରାଯାଇଛି । ଦେବଗଡ ଥାନାରେ ସାଇବର ସୁରକ୍ଷା ଅଭିଯାନ ଶୁଭାରମ୍ଭ ହୋଇଥିବା ବେଳେ ଲୋକଙ୍କୁ ସଚେତନ ଉଦ୍ଦେଶ୍ୟରେ ପୋଲିସ ପକ୍ଷରୁ ଏଭଳି ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ବୁଧବାର ସନ୍ଧ୍ୟା ପ୍ରାୟ ୬ ରୁ ରାତି ୮ ଟା ପର୍ଯ୍ୟନ୍ତ ସହରର ବିଭିନ୍ନ ଛକରେ ସଚେତନ କରାଯାଇଥିଲା । ଦେବଗଡ ଥାନା ଅଧିକାରୀ ସବ୍ୟଶାଚୀ ଶତପଥିଙ୍କ ନେତୃତ୍ୱରେ ମାଇକ ଧରି ସାଇବର ଅପରାଧରୁ ନିଜକୁ କିଭଳି ସୁରକ୍ଷିତ ରଖି ପାରିବେ ସେନେଇ ପରାମର୍ଶ କରାଯାଇଥିଲା । ଏଥିସହ ଲୋକଙ୍କୁ ସଚେତନ ପାଇଁ ଲିପଲେଟ ବଂଟନ କରାଯାଇଥିଲା ।