ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: କନଷ୍ଟେବଳଙ୍କ ହତ୍ୟା ମାମଲାରେ ଅଧିକ ଖୋଳତାଡ଼ ଲାଗି ପ୍ରେମିକ ଦୀପକ ରାଉତଙ୍କୁ କମିଶନରେଟ୍ ପୋଲିସ୍ କ୍ୟାପିଟାଲ ଥାନାରୁ ନେଲ କ୍ରାଇମ ସ୍ପଟ୍
ଭୁବନେଶ୍ୱରରୁ ନିଖୋଜ ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ସାହୁ ମାମଲାରେ ପୋଲିସକୁ ମିଳିଲା ବଡ଼ ସୁରାକ। କନଷ୍ଟେବଳ ଶୁଭମିତ୍ରା ସାହୁଙ୍କୁ ପୁରୁଷ ବନ୍ଧୁ ଦୀପକ ରାଉତ ତଣ୍ଟି ଚିପି ହତ୍ୟା କରିଥିବା କମିଶନରେଟ୍ ପୋଲିସ ନିକଟରେ ସ୍ୱୀକାର କରିଛି । ଅଧିକ ଖୋଳତାଡ଼ ଲାଗି ପ୍ରେମିକ ଦୀପକ ରାଉତଙ୍କୁ କମିଶନରେଟ୍ ପୋଲିସ୍ ଦିନ ଭୁବନେଶ୍ୱର କ୍ୟାପିଟାଲ ଥାନାରୁ କେନ୍ଦୁଝରର କ୍ରାଇମ ସ୍ପଟ୍ କୁ ନେଇଛି | ସୂଚନା ଅନୁସାରେ ପୁରୁଷ ବନ୍ଧୁ ଦୀପକ ରାଜଭବନ ନିକଟରେ ଶୁଭମିତ୍ରାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା । ପରେ ରାଜଭବନ ଡିସ୍ପେନସରୀକୁ ନେଇକି ଯାଇଥିଲା ।