କଣ୍ଟାବାଞ୍ଜି: ବଙ୍ଗୋମୁଣ୍ଡା ରେ ବିଜେଡ଼ି ଜନ ସମ୍ପର୍କ ଯାତ୍ରା
ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବଙ୍ଗୋମୁଣ୍ଡା ସହର ଠାରେ ଯୁବ ବିଜେଡ଼ି ନେତା ଗିରିରାଜ ସିଂ ମାଝୀ ଙ୍କ ନେତୃତ୍ବରେ ବଙ୍ଗୋମୁଣ୍ଡା ଫୁଟବଲ ଖେଳପଡିଆ ରୁ ବିଜୁ ଜନତା ଦଳର ଜନସମ୍ପର୍କ ଅଭିଯାନର ସଂକଳ୍ପ ଓ ପଦଯାତ୍ରା ବାହାରି ସହର ପରିକ୍ରମା କରି ଆମ୍ବେଦକର ଛକ ଠାରେ ପହଞ୍ଚିଥିଲେ। ସେଠାରେ ଏକ ସାଧାରଣ ସଭାର କାର୍ଯ୍ୟକ୍ରମରେ ଆୟୋଜିତ କରାଯାଇଥିଲା।