ସପ୍ତାହକୁ ୫ ଦିନ କାର୍ଯ୍ୟ ଦିବସ ଦାବିରେ ମଙ୍ଗଳବାର ଦିନ ଦେଶବ୍ୟାପୀ ବ୍ୟାଙ୍କ କର୍ମଚାରୀଙ୍କ ଆନ୍ଦୋଳନ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଠାରେ ସମସ୍ତ ରାଷ୍ଟ୍ରାୟତ ବ୍ୟାଙ୍କ ଗୁଡ଼ିକରେ ତାଲା ପଡ଼ିଛି। ରବିବାର ଓ ସୋମବାର ବ୍ୟାଙ୍କ ବନ୍ଦ ରହିବାରୁ ମଙ୍ଗଳବାର ଦିନ ଟଙ୍କା କାରବାର ଓ ଅନ୍ୟାନ୍ୟ କାମ ପାଇଁ ଆସିଥିବା ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ୟୁନାଇଟେଡ଼ ଫୋରମ୍ ଅଫ ବ୍ୟାଙ୍କ ୟୁନିଅନ ପକ୍ଷରୁ କୁଚିଣ୍ଡା ର ଷ୍ଟେଟ ବ୍ୟାଙ୍କ ଓ ବନ୍ଧନ ବ୍ୟାଙ୍କ ସମେତ ଅନ୍ୟ ବ୍ୟାଙ୍କ ସମ୍ମୁଖରେ କର୍ମଚାରୀ ମାନେ ଦାବି ଉପସ୍ଥାପନ କରିଥିଲେ।