ସ୍ଥାନୀୟ ଅଇଁଠାପାଲି ଅଞ୍ଚଳରେ ରହୁଥିବା ଜଣେ ଯୁବତୀଙ୍କ ଅଶ୍ଲିଳ ଫଟୋ ଭାଇରାଲ କରି ଜଣେ ଯୁବକ ଗିରଫ ହୋଇଛନ୍ତି । ଅଇଁଠାପାଲି ଥାନାର ସୁଚନା ଅନୁଯାୟୀ, ଜଣେ ଯୁବତୀଙ୍କ ସହିତ ରେଙ୍ଗାଲି ନିବାସୀ ଏ. କେ. ସିଂହ ନାମକ ଯୁବକଙ୍କ ସମ୍ପର୍କ ରହିଥିଲା । କୌଣସି କାରଣରୁ ସେମାନଙ୍କ ମଧ୍ୟରେ ସମ୍ପର୍କ ବିଚ୍ଛିନ୍ନ ହେବା ପରେ ଯୁବକ ଜଣକ ଉକ୍ତ ଯୁବତୀଙ୍କ କିଛି ଅଶ୍ଲିଳ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ କରି ଦେଇଥିଲେ । ଏଣୁ ଯୁବତୀ ଜଣକ ଅଇଁଠାପାଲି ଥାନାରେ ଅଭିଯୋଗ କରିଥିଲେ । ପୁଲିସ ତଦନ୍ତ ପରେ ଯୁବକଙ୍କୁ ଶନିବାର ଗିରଫ କରି ଅଦାଲତକୁ ଚାଲାଣ କରିଛି ବୋଲି କହିଛି ।