ବାମରା ବ୍ଲକ ଲରିଆ ପାଲି ପଞ୍ଚାୟତ ଅନ୍ତର୍ଗତ ନୁଆଡ଼ିହି ଠାରେ DLSA ପକ୍ଷରୁ ଅସହାୟ ଦାଦନ ଶ୍ରମିକ ଙ୍କ ପରିବାର କୁ ଭେଟି ପରିସ୍ଥିତି ଅନୁଧ୍ୟାନ କରାଯାଇଥିବା ଜଣାପଡିଛି। ନୂଆଡିହି ଗ୍ରାମ ର ସୁରେନ୍ ଜୟପୁରିଆ ଗତ ୩ ମାସ ପୂର୍ବରୁ ଗୁଜୁରାଟ ଠାରେ ଦାଦନ ଶ୍ରମିକ ଭାବେ କାମ କରିବା କୁ ହେଇଥିଲେ। ହେଲେ କିଛି ଦିନ ପୂର୍ବରୁ ତାଙ୍କ ସ୍ତ୍ରୀ ଅଞ୍ଜଳି ଜୟପୁରୀୟା ଙ୍କ ଆକସ୍ମିକ ମୃତ୍ୟୁ ହୋଇଥିଲା। ମାତ୍ର ଦାଦନ ଖଟିବା କୁ ଯାଇଥିବା ସୁରେନ ନିଜ ସ୍ତ୍ରୀଙ୍କ ମଲା ମୁଁହ ଦେଖିବା ରୁ ମଧ୍ୟ ବଞ୍ଚିତ ରହି ଗଲେ। ତାଙ୍କ ୫ ଜଣ ଛୁଆପିଲା ଥିବା ବେଳେ ସେମାନେ ବର୍ତ୍ତମାନ ବେସହାରା ହୋଇ ପଡିଛନ୍ତି।