ବରଗଡ: ଅଗ୍ରଗାମୀ ଯୁବକ ସଂଘ ଠାରେ ଜିଲ୍ଲା ବିଜେଡ଼ି ପକ୍ଷରୁ କ୍ୟାନ୍ସର ହସ୍ପିଟାଲ କାର୍ଯ୍ୟକ୍ଷମ ଦାବିକୁ ନେଇ ଅନୁଷ୍ଠିତ ହେଲା ସାମ୍ବାଦିକ ସମ୍ମିଳନୀ
କ୍ୟାନ୍ସର ହସ୍ପିଟାଲ କାର୍ଯ୍ୟକ୍ଷମ ଦାବିକୁ ନେଇ ବିଜେଡି ପକ୍ଷରୁ ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ଠାରେ ମଙ୍ଗଳବାର ମଧ୍ୟାହ୍ନ 12 ଘଣ୍ଟା ସମୟରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ବରଗଡ଼ରେ ଅବହେଳିତ ସ୍ୱାସ୍ଥ୍ୟ ସେବା ଓ କ୍ୟାନ୍ସର ହସ୍ପିଟାଲର ପୁର୍ଣ୍ଣ କାର୍ଯ୍ୟକ୍ଷମ ନ ହେବା ବିଷୟକୁ ନେଇ ବରଗଡ଼ ବାସୀ ହନ୍ତସନ୍ତ ହୋଇପଡ଼ିଥିବା ବେଳେ ଆଜି ବିଜେଡ଼ି ଦଳ ପକ୍ଷରୁ ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା ।