ଧର୍ମଶାଳା: ଯାଜପୁର ଥାନା ଅନ୍ତର୍ଗତ ବେଲେଶ୍ୱର ମନ୍ଦିର ନିକଟରେ ପୋଲିସ ପେଟ୍ରୋଲିଙ୍ଗ ସମୟ ଦୁଇ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି
ଯାଜପୁର ଥାନା ଅନ୍ତର୍ଗତ ବେଲେଶ୍ୱର ମନ୍ଦିର ନିକଟରେ ପୋଲିସ ପେଟ୍ରୋଲିଙ୍ଗ ସମୟରେ ଏକ ମଟରସାଇକେଲ ଆରୋହୀଙ୍କ ସୂଚନା ଅନୁଯାୟୀ, ଦୁଇ ଯୁବକ ପ୍ରକାଶ ସେନାପତି ଓ ବିଜୟ କୁମାର ସାହୁ ଛୁରୀ ଓ ରଡ଼ ମାଧ୍ୟମରେ ଲୁଟ କରିବାର ଯୋଜନା କରୁଥିବା ଜଣାପଡ଼ିଥିଲା। ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ଏବଂ ତାଙ୍କୁ ଶନିବାର 4ଟା ସମୟରେ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି। ଏହି ଦୁଇ ଅଭିଯୁକ୍ତଙ୍କ ଘର ଯାଜପୁର ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି।