ପଦ୍ମପୁର: ମେହେର ପଡା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସୁନା ବେଶରେ ଦର୍ଶନ ଦେଲେ ତିନି ଠାକୁର
ଜଗତର ନାଥ ଜଗନ୍ନାଥଙ୍କ ବାର ମାସରେ ତେର ଜାତ ତେବେ ପ୍ରତିଟି ପର୍ବରେ ଭକ୍ତଙ୍କୁ ନିଜର ବିଭିନ୍ନ ଅଲୌକିକ ମାଙ୍ଗଳିକ ବେଶରେ ଦର୍ଶନ ଦେଇଥାନ୍ତି ପ୍ରଭୁ । ତେବେ ପ୍ରତିବର୍ଷ ବାହୁଡ଼ାଯାତ୍ରାର ପର ଦିନ ଶ୍ରୀହରି ଶୟନ ଏକାଦଶୀରେ ରଥ ଉପରେ ମହା ମୋକ୍ଷଦାୟୀ ସୁନା ବେଶରେ ସଜେଇ ହୋଇ ଭକ୍ତଙ୍କ ଉଦ୍ଧାର ପାଇଁ ଜଗତର ନାଥ ନିଜର ଅନନ୍ୟ ସୌମ୍ୟକ ଦର୍ଶନ ଦେଇଥାନ୍ତି। ସେହି ପରିପେକ୍ଷୀରେ ପଦ୍ମପୁର ସ୍ଥାନୀୟ ମେହେର ପଡାସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପ୍ରଥମ ଥର କରି ରଥ ଉପରେ ଠାକୁରଙ୍କ ସୁନାବେଶ ଦର୍ଶନର ଆୟୋଜନ କରାଯାଇଥିଲା।